କୋଭିଡ୍-୧୯ଜନିତ ସଙ୍କଟ କାରଣରୁ ସବୁ ବୋଇଙ୍ଗ୍ ଜମ୍ବୋ ଜେଟ୍‌କୁ ଅବସର ଦେବ ବ୍ରିଟିସ୍ ଏୟାର୍‌ୱେଜ୍

Advertisment
କୋଭିଡ୍-୧୯ଜନିତ ସଙ୍କଟ କାରଣରୁ ସବୁ ବୋଇଙ୍ଗ୍ ଜମ୍ବୋ ଜେଟ୍‌କୁ ଅବସର ଦେବ ବ୍ରିଟିସ୍ ଏୟାର୍‌ୱେଜ୍

Image Courtesy of Hindustan Times

ଲଣ୍ଡନ: ବିଶ୍ବର ସର୍ବବୃହତ୍ ବୋଇଙ୍ଗ୍ ୭୪୭ ଅପରେଟର୍ ବ୍ରିଟିସ୍‌ ଏୟାର୍‌ୱେଜ୍ ତା’ର ସମସ୍ତ ଜମ୍ବୋ ଜେଟ୍‌କୁ ଉଡ଼ାଣରୁ ଖୁବ୍ ଶୀଘ୍ର ଅବସର ଦେବ। କରୋନାଭାଇରସ୍ ମହାମାରୀ କାରଣରୁ ପର୍ଯ୍ୟଟନ ଶିଳ୍ପ ନିମ୍ନଗାମୀ ହୋଇଥିବାରୁ ବ୍ରିଟିସ୍‌ ଏୟାର୍‌ୱେଜ୍‌ ଏଭଳି ନିଷ୍ପତ୍ତି ଗ୍ରହଣ କରିଛି।

ଭୂତାଣୁ ସଂକ୍ରମଣ ରୋକିବାକୁ ବୈଶ୍ବିକ କଟକଣା ଜାରି ହୋଇଥିବାରୁ ବିମାନଯାତ୍ରାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଏଥିଯୋଗୁଁ ଅନେକ ଏୟାର୍‌ଲାଇନ୍ କମ୍ପାନିର ଭବିଷ୍ୟତ ନେଇ ସନ୍ଦେହ ଉପୁଜିଛି।

ଏକ ବିବୃତିରେ ବ୍ରିଟିସ୍ ଏୟାର୍‌ୱେଜ୍ କହିଛି, ଚିତାକର୍ଷକ ‘ଆକାଶ ରାଣୀ’ (ବୋଇଙ୍ଗ୍ ୭୪୭) ଆଉ ବ୍ରିଟିସ୍ ଏୟାର୍‌ୱେଜ୍‌ର ବ୍ୟାବସାୟିକ ସେବାରେ ଚଳାଚଳ କରିବା ଭଳି ମନେହେଉନାହିଁ।

publive-image Image Courtesy of BBC

‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ କନ୍‌ସୋଲିଡେଟେଡ୍ ଏୟାର୍‌ଲାଇନ୍ସ୍ ଗ୍ରୁପ୍’ ମାଲିକାନାରେ ଥିବା ବ୍ରିଟିସ୍ ଏୟାର୍‌ୱେଜ୍ ପୁଣି କହିଛି ଯେ, ସେ ନୂତନ ଏ୩୫୦ ଏବଂ ୭୮୮ ଭଳି ଅଧିକରୁ ଅଧିକ ଆଧୁନିକ ବିମାନ ଚଳାଇବ। ଏହି ବିମାନ ସବୁ ୨୦୫୦ ସୁଦ୍ଧା ନେଟ୍-ଜିରୋ କାର୍ବନ୍ ଏମିସନ୍ ହାସଲ କରିପାରିବ।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ବୋଇଙ୍ଗ୍ କମ୍ପାନିର ୭୪୭ ବିମାନ ୧୯୭୦ରେ ବିଶ୍ବ ବିମାନ ଯାତ୍ରାରେ ସୁପରିଚି ହୋଇଥିଲା। ୨୦୧୯ ଫେବ୍ରୁଆରି ମାସରେ ଏହି ବିମାନ ତା’ର ୫୦ ବର୍ଷ ଉଡ଼ାଣ ପୂର୍ତ୍ତୀ ପାଳନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe